ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଆଗାମୀ ଫେଜକୁ ମୋଦୀ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଫେଜରେ ଆଦିବାସୀ କ୍ଷେତ୍ରରେ ୩୨ହଜାର ୧୫୨ କିମି ସଡ଼କ ନିର୍ମାଣ କରାଯିବ । ଏହି ପଦକ୍ଷେପ ଦ୍ୱାରା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଓ ଆଦିବାସୀ ଅଞ୍ଚଳକୁ ଲାଭ ମିଳିବ । ଏଥିସହିତ ୫ଟି ରାଜ୍ୟର ୪୪ଟି ଜିଲ୍ଲାରେ ୭,୨୬୬ ଗାଁରେ ୪ଜି ମୋବାଇଲ ଟାୱାରର ସୁବିଧା ମିଳିବ । ଏଥିରେ ୩୩ହଜାର ୮୨୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ କେନ୍ଦ୍ର ୨୨ କୋଟି ୯୭୮ କୋଟି ଟଙ୍କା ପ୍ରଦାନ କରିବ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।