ଓଡ଼ିଶାକୁ ମଦମୁକ୍ତ କରିବ କଳିଙ୍ଗ ସେନା: ନବ ନିର୍ବାଚିତ ସଭାପତିଙ୍କ ଘୋଷଣା

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶାବାସୀ କଳିଙ୍ଗସେନାକୁ ଆର୍ଶୀବାଦ କଲେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରାଯିବ । ଓଡ଼ିଶାକୁ ମଦମୁକ୍ତ କରି ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରାଯିବ ବୋଲି କହିଛନ୍ତି ଦଳର ପୁନଃ ନିର୍ବାଚିତ ସେନା ସୁପ୍ରିମୋ ହେମନ୍ତ ରଥ । ଏଣୁ ସହିତ ରାଜ୍ୟର ସମସ୍ତ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସ୍ଵାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ସ ମାଗଣାରେ ଯୋଗାଇ ଦିଆଯିବ । ସାଢେ ୪ କୋଟି ଲୋକଙ୍କୁ ସ୍ବାସ୍ଥ୍ୟବୀମାରେ ସାମିଲ କରାଯିବ ସହିତ ମେଧାବୀ ଛାତ୍ରଙ୍କ ଘରୋଇ ସ୍କୁଲରେ ସମ୍ପୂର୍ଣ ମାଗଣାରେ ପଢିବାର ସୁଯୋଗ ମିଳିବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ।ଆଜି ସେନା କାର୍ଯ୍ୟାଳୟରେ ଦଳର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦଳର କର୍ମୀମାନେ ଶ୍ରୀ ରଥଙ୍କୁ ପୁର୍ନବାର ଦଳର ସଭାପତି ଭାବେ ବିପୁଳ ମତଦାନରେ ନିର୍ବାଚିତ କରିଥିବାବେଳେ ସେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ ମଦ ହେଉଛି ଆମ ସମାଜର ଶତୁ । ଏହା ଯୁବପିଢିଙ୍କୁ ପଥଭ୍ରଷ୍ଟ କରିବା ସହିତ ରାଜ୍ୟକୁ ପଛକୁ ପଛକୁ ନେଇ ଯାଉଛି । ବଉଁମାନର ସରକାର ରାଜସ୍ବ ନୀରେ ମଦ ପ୍ରସାରରେ ଲାଗିଥିବାବେଳେ ବିରୋଧୂଦଳଗୁଡିକ ଧର୍ମକୁ ଆର ମାରିଲା ଭଳି ଏହାକୁ ବିରୋଧ କରୁଛନ୍ତି । କାରଣ ରାଜ୍ୟରେ ଅଧିକାଂଶ ମଦଦୋକାନର ମାଲିକ ହେଉଛନ୍ତି ଶାସକ ଓ ବିରୋଧିଦଳ ନେତା ଓ ସେମାନଙ୍କ ସମ୍ପର୍କୀୟ । ତେଣୁ କଳିଙ୍ଗସେନାକୁ ରାଜ୍ୟବାସୀ ଆର୍ଶୀବାଦ କଲେ ଓଡ଼ିଶାକୁ ସମ୍ପୂ ମଦମୁକ୍ତ କରିବାକୁ ଦଳ କାର୍ଯ୍ୟ କରିବ ବୋଲି ଶ୍ରୀ ରଥ କହିଛନ୍ତି । ଏଣୁ ସହିତ ରାଜ୍ୟର ସମସ୍ତ ଲୋକଙ୍କର ସ୍ବାସ୍ଥ୍ୟବୀମା କରାଯିବ ।

ଲୋକେ ଆଉ ମାଗଣା ଚିକିତ୍ସାପାଇଁ ସରକାରୀ ବାବୁମାନଙ୍କ ନିକଟରେ କାକୁତି ମିନତି ହେବେନାହିଁ । ଆକ୍ୟୁରାନ୍ ବଦଳରେ ସେମାନଙ୍କୁ ଇନକ୍ୟୁରାନ୍ତି ମିଳିବ । ଏବେ ରାଜ୍ୟର ମନ୍ତ୍ରୀ ବିଧାୟକମାନେ ଯେଭଳି ଭାବେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସେମାନେ ମଧ୍ୟ ଅନୁରୂପ ଚିକିତ୍ସା ସୁବିଧା ପାଇବେ । ସେହିଭଳି ସରକାରଙ୍କ ଠାରୁ ଶସ୍ତାରେ ଜମି ଓ ଅନ୍ୟାନ୍ୟ ସୁବିଧା ନେଇଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ମାଗଣାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନୁଷ୍ଠାନରେ ପଢାଇବାକୁ ବାଧ୍ୟ ହେବେ । ଦଳ ଏ ନେଇ କାର୍ଯ୍ୟ କରିବ । ଏଥୁ ସହିତ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭରା ପରିମାଣ ସର୍ବନିମ୍ନ ୩ ହଜାର ଟଙ୍କା କରାଯିବା ସହିତ ଟଙ୍କିକିଆ ଚାଉଳ ହିତାଧୁକାରୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍‌ ଯୋଗାଣ ପାଇଁ କଳିଙ୍ଗସେନା ପ୍ରତିଶ୍ରୁତି ପ୍ରଦାନ କରିଛି ।

ଏହି ଅବସରରେ ଦଳର ସାଂଗଠନିକ ନିର୍ବାଚନରେ ଦଳର ରାଜ୍ୟ ଉପ ସଭାପତି ଭାବେ ଦିଗମ୍ବର ବିଶ୍ବାଳ, ବିଜୟ ରାଜ, ହେମନ୍ତ ସିଂହ , ଅବଦୁଲ କୟୁମ୍ ଖାନ୍ , ପ୍ରମୋଦ ରାଉତ ରାୟ , ନିରଞ୍ଜନ ମହାନ୍ତ , ପ୍ରଦିପ କୁମାର ସାହୁ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଭାବେ ଇଂ ସ୍ନାତିଶ ରଞ୍ଜନ ସାହୁ, ଇଂ ମନୋଜ କୁମାର ନାୟକ, ଗୌରାଙ୍ଗ ପ୍ରଧାନ,ସିଦ୍ଧାର୍ଥ ଦାସ, ରାକେଶ ମହାନ୍ତି ,କ୍ଷୀରୋଦ କୁମାର ଦାସ,ଶ୍ରେଣୁବାଳା ମହାନ୍ତି, ସୁବୋଧ କୁମାର ସାହୁ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ସଂପାଦକ ଭାବେ ଦୁର୍ଯ୍ୟୋଧନ ପରିଡ଼ା,ରତ ସାମଲ,ମମତା ମହାନ୍ତି , ଗୁଣମଣି ମହାନ୍ତି, ଆଶୁତୋଷ ସ୍ୱାଇଁ, ପ୍ରଫୁଲ ପରିଡ଼ା,ବରେନ୍ ଦାସ ,ବିକ୍ରମ ପ୍ରଧାନ, ସତ୍ୟଭାମା ବିହାରୀ ଏବଂ ୭ ଜଣଙ୍କୁ ରାଜ୍ୟ କମିଟିକୁ ନିର୍ବାଚିତ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ବିଶିଷ୍ଟ ନାଟ୍ୟକାର ତଥା ସ୍ତମ୍ଭକାର ବିଜୟ ଦାସ ଘୋଷଣା କରିଛନ୍ତି ।