ସଇଁନ୍ତଳା,ଏନ୍ଏନ୍ଏସ୍: ଦିନକୁଦିନ ହଜିଯାଉଛି ମଣିଷ ପଣିଆ । ଜନ୍ମ କଲା ଶିଶୁକୁ ପୋଖରୀ କୂଳରେ ଫୋପାଡ଼ି ଦେଇଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମପଞ୍ଚାୟତସ୍ଥିତ ସ୍ଥାନୀୟ ପୋଖରୀରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।