ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ନୂଆ ଟର୍ମିନାଲ ଭବନର ଉଦଘାଟନ କରିଛନ୍ତି । ଏହି ଟର୍ମିନାଲ ଭବନକୁ ରାଜ୍ୟର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ପ୍ରଦର୍ଶିତ କରିବା ପାଇଁ ଡିଜାଇନ କରାଯାଇଛି। ଏହି ଅବସରରେ ମୋଦୀଙ୍କ ସମେତ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାମିଲନାଡ଼ୁ ରାଜ୍ୟପାଳ ଆର ଏନ ରବି ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଚେନ୍ନାଇ-କୋୟବାନ୍ତୁର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଚେନ୍ନାଇରେ ଏକ ରୋଡ ଶୋ’ କରିଥିଲେ । ଶନିବାର ମୋଦୀ ତେଲେଙ୍ଗାନା ଗସ୍ତ କରି ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ ।