ରାମନାଗୁଡ଼ାରେ ନୂତନ ତହସିଲଦାରଙ୍କ ଯୋଗଦାନ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ସାହୁ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲେ । ତତ୍କାଳୀନ ତହସିଲଦାର ପ୍ରଭାତି ଝୋଡ଼ିଆଙ୍କୁ ରାମନାଗୁଡ଼ା ବିଡ଼ିଓ ଭାବେ ଅବସ୍ଥାପିତ କରାଯିବା ପରେ ତାଙ୍କ ସ୍ଥାନରେ ନୂତନ ତହସିଲଦାର ଶ୍ରୀ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।