ବାଲିଗୁଡାରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଉପଜିଲ୍ଲାପାଳ ଭାବେ ଶୁଭଙ୍କର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ପୂର୍ବରୁ ଦାୟିତ୍ୱ ତୁଲାଉଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ଆରଟିଓ ଭାବେ ବଦଳି ହୋଇଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରବେଶନାରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ।