ମହାରାଷ୍ଟ୍ର,ଏନ୍ଏନ୍ଏସ୍: ମହାରାଷ୍ଟ୍ର ବିଧାନସଭାର ନୂତନ ବାଚସ୍ପତି ଭାବେ କଂଗ୍ରେସର ନାନା ପାଟେଲ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନରୁ ବିଜେପି ଓହରି ଯିବାରୁ ନାନା ପାଟୋଲେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁସାରେ ନାନା ପାଟୋଲେଙ୍କୁ ମହାରାଷ୍ଟ୍ରର ବାଚସ୍ପତି କରିବା ପାଇଁ ଶିବସେନା, ଏନ୍ସିପି ଏବଂ କଂଗ୍ରେସ ମେଣ୍ଟ ନିଷ୍ପତ୍ତି ନେଇଥିଲେ। ତେବେ ବିଜେପିର କାଳିଦାସ କୋଲମ୍ବକର ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି ରହିଥିଲେ।