ଅଗଷ୍ଟ ୮ରୁ ବିଦେଶୀ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ,ଏଜେନ୍ସି: ବିଦେଶୀ ଫେରନ୍ତାଙ୍କ ପାଇଁ ଅଗଷ୍ଟ ୮ରୁ ଲାଗୁ ହେବ ନୂଆ ଗାଇଡଲାଇନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନୂଆ ଗାଇଡଲାଇନ ଅନୁସାରେ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭର ପୂର୍ବରୁ ଅନଲାଇନରେ ସେଲ୍ଫ ଡିକ୍ଲାରେସନ ଫର୍ମ ଭରିବାକୁ ପଡିବ। ଯାତ୍ରୀମାନେ ଫେରିବା ପରେ ୧୪ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ। ସେଥିମଧ୍ୟରୁ ୭ ଦିନ ସରକାରୀ କ୍ୱାରେଣ୍ଟାଇନ ଓ ଆଉ ୭ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ।

ସେହିପରି ଗର୍ଭବତୀ ମହିଳା, ପରିବାରର କାହାର ମୃତ୍ୟୁ ହୋଇଥିଲେ, ୧୦ ବର୍ଷରୁ କମ୍ ଶିଶୁ ଓ ତାର ମା-ବାପାଙ୍କୁ କ୍ୱାରେଣ୍ଟାଇନରେ କୋହଳ କରାଯିବ। ସେମାନେ ହୋମ କ୍ୱାରେଣ୍ଟାଇନରେ ରହିବେ। ଅନ୍ୟପଟେ ବୋର୍ଡିଂ ପରେ କେବଳ ବିନା ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ଯିବାକୁ ଅନୁମତି ମିଳିବ। ବୋର୍ଡିଂ ସମୟରେ ସାମାଜିକ ଦୂରତାକୁ ଗୁରତ୍ୱ ଦିଆଯିବ। ଯେଉଁମାନେ ଯାତ୍ରା ପୂର୍ବରୁ ସେଲଫ୍ ଡିକ୍ଲାରେସନ ଫର୍ମ ଭରି ନଥିବେ ବିମାନରେ ଭରିପାରିବେ। ଏହାର କପି ସ୍ୱାସ୍ଥ୍ୟ ଓ ଇମିଗ୍ରେସନ ଅଧିକାରୀଙ୍କୁ ଦେବାକୁ ହେବ।