ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଟିଙ୍କବୀରରୁ ଏକ ଜନ୍ମିତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଟିଙ୍କବୀର ଧୁବାସାହିର ତେନ୍ତୁଳି ଗଛମୂଳେ ଛୁଆଟି କାନ୍ଦୁଥଲା । ଖବର ପାଇ ଅଙ୍ଗନବାଡି ଦିଦି ନିରୁପମା ପ୍ରଧାନ ଓ ଆଶାକର୍ମୀ ଜ୍ୟେତ୍ସ୍ନାମୟୀ ବିଶ୍ୱାଳ ଘଟଣାସ୍ଥଳକୁ ଯାଇ ଶିଶୁକନ୍ୟାକୁ ଉଦ୍ଧାର କରି ଛତାବର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଦେବଗଡ଼ ମେଡିକାଲ ପଠାଇଥିବା ଜଣାପଡ଼ିଛି । କେହି ଜଣେ ଗର୍ଭବତୀ ମା’ ଜନ୍ମ କରି ଫେରାର ମାରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।