ଝରୀଗାଁ,ଏନ୍ଏନ୍ଏସ୍: ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ ପ୍ରକାଶ ନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ। ପୂର୍ବରୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସଟି ପୁରୁଣା ହୋଇଯିବା ସହିତ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ।
ତେବେ ଆଜି କ୍ଲଷ୍ଟର ଲିଡର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏବଂ ବିପ୍ଳବ ପଣ୍ଡାଙ୍କ ଉପସ୍ଥିତିରେ ଡ଼ ପ୍ରକାଶ ନାୟକ ପତାକା ଦେଖାଇ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ। ଏହି କାର୍ୟ୍ୟକ୍ରମରେ ଡ଼ ସନ୍ତୋଷ ପ୍ରଧାନ ବିପି ଏମ ପ୍ରିୟଙ୍କା ସିଲ ଫାର୍ମାସିଷ୍ଟ ପ୍ରଦୀପ୍ତ ମିଶ୍ର ଫାର୍ମାସିଷ୍ଟ ଆଶିଷ ବେହେରାଙ୍କ ସମେତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଫାର୍ମାସିଷ୍ଟ କିଶୋରଲାଲ ସାହୁ ଦେବେନ୍ଦ୍ର ନାଥ ମାଳି ପାଇଲଟ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତ୍ରିଲୋଚନ ସାହୁ ମନୋଜ କୁମାର ଦାସ ଗଣପତି କେଉଟ ପ୍ରମୁଖ ଉପସ୍ଥିତ ଥିଲେ।