ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲ୍ଲୀ କରୋନା ମୁକାବିଲା ପାଇଁ ଭାରତ ପଠାଇଥିବା ଔଷଧ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଭାରତ କରୋନା ଗ୍ରାସିତ ନେପାଳକୁ ୨୩ ଟନ ଔଷଧ ପଠାଇଥିଲା। ଏଥି ସହିତ ପୂର୍ବରୁ କରୋନା ସମ୍ପର୍କରେ ମୋଦୀ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ମଧ୍ୟ ଆଲୋଚନା କରିଥିଲେ।