ଘୁଞ୍ଚିବନି ନିଟ୍ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷା ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ । କିନ୍ତୁ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଆଜି ସୁପ୍ରିମକୋର୍ଟ ଏହାକୁ ଖାରିଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି କରିବା ଦ୍ୱାରା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ହଜାରେ ପିଲାଙ୍କର କ୍ଷତି ହେବ । ପରୀକ୍ଷା ଘୁଞ୍ଚାଇଲେ ସ୍ଥିତି ଖରାପ ହେବ । ଏହାଦ୍ୱାରା ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇପାରେ ।

ସୂଚନାଯୋଗ୍ୟ, ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ନିଟ୍ ପିଜି ପରୀକ୍ଷା ସ୍ଥଗିତ କରିବାକୁ ଦାବି କରିଥିଲେ । ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟାଙ୍କୁ ଆଇଏମଏ ପତ୍ର ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।