ନୂଆଦିଲ୍ଲୀ,ଏଜେନ୍ସି: ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାଓ୍ୱାର । ପିମ୍ପରି ଛିଞ୍ଚଓ୍ୱାଡା ଅଞ୍ଚଳରେ ଏହି କନଭୟ ଗାଡିଟି ଓଲଟି ପଡିଛି । ଏହି ଦୁର୍ଘଟଣା ପୂର୍ବାହ୍ନ୧୧ଟା ବେଳେ ପୁଣେରୁ ମୁମ୍ବାଇ ଭିତରେ ଅମୃତାଜନ୍ ବ୍ରିଜ୍ ନିକଟରେ ହୋଇଥିଲା । ତେବେ ଆଶ୍ୱସ୍ତିକର କଥା ହେଲା କେହି ଗୁରୁତର ହୋଇ ନାହାଁନ୍ତି । ସୂଚନା ମୁତାବକ, ଶରଦ ପାଓ୍ୱାର ଯେଉଁ କାରରେ ବସିଥିଲେ ତାହା ସୁରକ୍ଷିତ ଥିଲା । ଏହି ଦୁର୍ଘଟଣାରେ କେହି ଗମ୍ଭୀର ରୂପରେ ଗୁରତର ହୋଇ ନଥିବା ବେଳେ କେବଳ ଜଣେ ପୋଲିସ କର୍ମୀ ସାମାନ୍ୟ ଆଘାତ ପାଇଛନ୍ତି । ସଡକ ଦୁର୍ଘଟଣା ବେଳେ ଶରଦ ପାଓ୍ୱାରଙ୍କ କାର ସାମ୍ନା ପଟକୁ ଥିଲା, ତେଶୁ ତାଙ୍କର କାର ଦୁର୍ଘଟଣା ହେବାକୁ ବଞ୍ଚିଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଅଲଗା କରି ଶରଦ ପାଓ୍ୱାରଙ୍କ କନଭୟକୁ ମୁମ୍ବାଇ ଆଡକୁ ଅଗ୍ରସର ହୋଇଥିଲା ।