ରାଜନାଥ ସିଂହ: ସୀମା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନସିସି ଟ୍ରେନିଂ ପାଇଁ ଦେଶର ୧୧ ଶହ ସ୍କୁଲ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ସୀମା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନସିସି ଟ୍ରେନିଂ ପାଇଁ ସରକାର ଦେଶର ୧୧ ଶହ ସ୍କୁଲକୁ ଚିହ୍ନଟ କରିଛନ୍ତି। ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀର ଏନସିସି ପ୍ୟରେଡ ଗ୍ରାଉଣ୍ଡରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ସରକାର ଏନସିସି କ୍ୟାଡେଟଙ୍କୁ ନିଯୁକ୍ତି ଦେବାପାଇଁ ମଧ୍ୟ ଚିନ୍ତା କରିଛନ୍ତି। ଆମ ପ୍ରଧାନମନ୍ତ୍ରୀ ଏନସିସି କର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚାହିଁଛନ୍ତି। ଫଳରେ ସେମାନଙ୍କୁ ସୀମା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରାଯାଇପାରିବ।

ଏନସିସି କ୍ୟାଡେଟରେ ଝିଅଙ୍କ ଭର୍ତ୍ତିକୁ ୨୮ ପ୍ରତିଶତରୁ ୩୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଦେଶରେ ନାରୀ ଶକ୍ତିରେ ମଧ୍ୟ ବୃଦ୍ଧି ହେବ ବୋଲି ରାଜନାଥ କହିଛନ୍ତି।

ସେହିପରି ଏନସିସିରେ କାଟାଗୋରି ଅନୁସାରେ କ୍ୟାଡେଟଙ୍କୁ ୧୪୩ଟି ଆୱାର୍ଡ ଦିଆଯାଉଥିବା ବେଳେ ଏହି ଆୱାର୍ଡ ସଂଖ୍ୟାକୁ ୨୪୩କୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି।