ଅର୍ଜୁନ ରାମପାଲଙ୍କୁ ସମନ ଜାରି କଲା ଏନସିବି

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବି ପକ୍ଷରୁ ସମନ ଜାରି କରାଯାଇଛି। ଆସନ୍ତା ୧୧ ତାରିଖରେ ଏନସିବିରେ ହାଜିର ହେବାକୁ ଅର୍ଜୁନଙ୍କୁ କୁହାଯାଇଛି। ଆଜି ଅର୍ଜୁନଙ୍କ ଘର ଉପରେ ଏନସିବି ପକ୍ଷରୁ ଚଢ଼ଉ କରାଯାଇ ଇଲେକ୍ଟ୍ରୋନିକ୍ ଗେଜେଟ ଜବତ କରାଯାଇଛି। କେବଳ ଏତିକି ନୁହେଁ, ଅର୍ଜୁନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଫିଲ୍ମ ପ୍ରଯୋଜକ ଫିରୋଜ ନାଦିଆଦୱାଲା ଓ ତାଙ୍କ ପତ୍ନୀଙ୍କୁ ଏନସିବି ଗିରଫ କରିଥିଲା। ଫିରୋଜଙ୍କ ଘରେ ଚଢ଼ଉ କରାଯାଇ ଡ୍ରଗ୍ସ ଜବତ କରାଯାଇଥିଲା।