କରୋନା ଭୟ: ବଜାର ବନ୍ଦ କଲା ମୁନିସପାଲିଟି, ସଚେତନ କଲା ପୁଲିସ

ନୟାଗଡ଼,ଏନ୍‌ଏନ୍‌ଏସ୍‌: କରୋନା ପାଇଁ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଲାଗୁ କରାଯାଇଛି। ନୟାଗଡ଼ ପୈାର ପରିଷଦ ପକ୍ଷରୁ ସହରର ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ଆଜି ବନ୍ଦକରି ଦିଆଯାଇଛି। ପୂର୍ବରୁ ହୋଟେଲ, ବସ୍ତ୍ରାଳୟ, ଗ୍ୟାରେଜ, ବାର୍ ଗାଡ଼ି ସୋ ରୁମ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଆଜି ସମସ୍ତ ଦୋକାନକୁ ବନ୍ଦ କରି ଦିଆଯାଇଛି ।

ସେହିଭଳି ପୁଲିସ ବିଭାଗ ପକ୍ଷରୁ ଆଜି ନୟାଗଡ଼ ସହର ସମେତ ଜିଲ୍ଲାର ଅନ୍ୟାନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଛି। କୌଣସି ସ୍ଥାନରେ ସାତ ଜଣଙ୍କ ଏକାଠି ଠିଆ ନହେବା ପାଇଁ ଘୋଷଣା କରାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତାକୁ ପୁଲିସ ବିଭାଗ ବାଣ୍ଟିଥିବା ଜଣାଯାଇଛି।