ମାଓନେତା ସବ୍ୟସାଚୀଙ୍କ ସହଯୋଗୀ ଗିରଫ

ଗଞ୍ଜାମ, ଏନ୍ଏନ୍ଏସ୍ : ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସହଯୋଗୀ ନିରାକାର ନାୟକକୁ ଶୁକ୍ରବାର ବଡ଼ଗଡ଼ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ସେ ୨୦୧୧ ମସିହାରୁ ମାଓ ଆନ୍ଦୋଳନ ସହିତ ସାମିଲ୍ ଥିଲା । ନିରାକାର ନାମରେ ବିଭିନ୍ନ ଥାନାରେ ୪ଟି ଗୁରୁତର ଅପରାଧିକ ମାମଲା ରହିଥିବା ଜଣାପଡିଛି । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସେ ଗୌଡ଼ଗୋଠ ଠାରୁ ବଡ଼ଗଡ଼ ଆସିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।