ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନଭଜୋତ ସିଂହ ସିଦ୍ଧୁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କୁ ଭେଟିଛନ୍ତି। ପଞ୍ଜାବ ଭବନରେ ହୋଇଥିବା ଏହି ସାକ୍ଷାତ ସମୟରେ କ୍ୟାବିନେଟ ମନ୍ତ୍ରୀ ପରଗଟ ସିଂହ, କାର୍ଯ୍ୟକାରୀ ଅଧ୍ୟକ୍ଷ କୁଲଜୀତ ନାଗରା, ପବନ ଗୋୟେଲ ଓ ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ ଉପସ୍ଥିତ ଥିଲେ। ସିଦ୍ଧୁ ଗତ ୨୮ ତାରିଖରେ ଚନ୍ନୀ ସରକାରଙ୍କ ଫଇସଲାରେ ଖପ୍ପା ହୋଇ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।