ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରୁ ଦର୍ଶନ ପାଇଁ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ହେଲିକାପ୍ଟର ଜରିଆରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ସେଠାରୁ କାର ଯୋଗେ ବଡଦାଣ୍ଡକୁ ଯାଇଥିଲେ। ସେଠାରୁ ସେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋଭିଡ କଟକଣା ସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ମନ୍ଦିର ଚର୍ତୁପାଶ୍ୱର୍ର ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ଏନଏମଏ ବାଇ ଲ’ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁଙ୍କ ବିକାଶ କାର୍ଯ୍ୟ ଜାରି ରହିବ ଏବଂ ଏଥିରେ କେହି ବି ବାଧକ ସାଜି ପାରିବେ ନାହିଁ ବୋଲି କହିଛନ୍ତି।