ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ର ସୁଗଡ଼ବାଡି ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସୁରକ୍ଷା ଓ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଭୁବନେଶ୍ୱର ଠାରେ ପୁରସ୍କୃତ କରାଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ ମାନ ପତ୍ର ସହ କୋଡ଼ିଏ ହଜାର ଟଙ୍କାର ଚେକ୍ ପୁରସ୍କାର ଜଙ୍ଗଲ, ପରିବେଶ ବିଭାଗ ସଚିବ ଡ଼ ମୋନା ଶର୍ମାଙ୍କ ଠାରୁ ଗ୍ରହଣ କରିଛନ୍ତି। ବିଦ୍ୟାଳୟକୁ ଏହି ମର୍ଯ୍ୟାଦା ଜନକ ପୁରସ୍କାର ମିଳିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ସମେତ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି।