ଜାତୀୟ ଯୁବ ପୁରସ୍କାର, ଓଡ଼ିଶାରୁ ଅନୀଲ ପ୍ରଧାନ ପୁରସ୍କୃତ

  • ନୂଆଦିଲ୍ଲୀ: ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧କୁ ସ୍ମରଣ କରି କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସଓଏଲଭିଇଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ)ର ୧୦ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।
    ପୁରସ୍କାର ବିତରଣ ଉତ୍ସବରେ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ) ଦ୍ୱାରା ଘୋଷିତ ଅନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଆନ୍ତର୍ଜାତୀୟ ଯୁବ ଦିବସ କେବଳ କ୍ୟାଲେଣ୍ଡରରେ ଗୋଟିଏ ଦିନ ନୁହେଁ। ଭାରତର ଯୁବକମାନେ ଭାରତର ଭବିଷ୍ୟତ ହେବାବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ବର୍ତ୍ତମାନ। ଏନୱାଇଏ ୨୦୧୭-୧୮ ପାଇଁ ମୋଟ ୧୪ଟି ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୧୦ ପୁରସ୍କାର ଏବଂ ସଂଗଠନ ବର୍ଗରେ ୪ ପୁରସ୍କାର ଅନ୍ତର୍ଭୁକ୍ତ। ଏନୱାଇଏ ୨୦୧୮-୧୯ ପାଇଁ ମୋଟ ୮ ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୭ ପୁରସ୍କାର ଏବଂ ସଂଗଠନ ବର୍ଗରେ ୧ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିଗତଭାବେ ନଗଦ ପୁରସ୍କାର ୧,୦୦,୦୦୦ ଟଙ୍କା ଏବଂ ସଂଗଠନକୁ ନଗଦ ଆକାରରେ ଯଥାକ୍ରମେ ୩,୦୦,୦୦୦ ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା । ୨୦୧୭-୧୮ବର୍ଷ ପାଇଁ ବ୍ୟକ୍ତିଗତ ବର୍ଗରେ ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।
    ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଯଥା ମାନବିକ ଅଧିକାର ପ୍ରୋତ୍ସାହନ, ସକ୍ରିୟ ନାଗରିକତା, ଗୋଷ୍ଠୀ ସେବା ଇତ୍ୟାଦି ଅବଦାନ ପାଇଁ ବ୍ୟକ୍ତିବିଶେଷ (୧୫-୨୯ ବର୍ଷ ବୟସ) ଏବଂ ସଂଗଠନକୁ ଜାତୀୟ ଯୁବ ପୁରସ୍କାର (ଏନ୍ୱାଇଏ) ପ୍ରଦାନ କରିଥାଏ। ଏହି ଅବସରରେ ଯୁବ ବ୍ୟାପାର ବିଭାଗର ସଚିବ ଉଷା ଶର୍ମା, ଜାତିସଂଘର ଆବାସିକ ସଂଯୋଜକ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଅସିତ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।