ଜାତୀୟ ୱେବିନାର ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି କଲେଜ ପରିସରରେ ରାଜନୀତି ବିଜ୍ଞାନ ଓ ଆଇକ୍ୟୁଏସିର ଅନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ୱେବିନାର ଉଦଘାଟିତ ହୋଇଯାଇଛି। ଏହାକୁ ଭେଷଜ ବିଶେଷଜ୍ଞ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ଆଇ.କ୍ୟୁଏସିର ସଂଯୋଜକ ତଥା ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ବାଣିଜ୍ୟ ବିଭାଗର ପ୍ରଫେସର ଡ.ରଞ୍ଜନ କୁମାର ନନ୍ଦ, ବିଶେଷଜ୍ଞ ଡ.ନିହାର ରଞ୍ଜନ ତ୍ରିପାଠୀ, ଜୟପୁର ବିକ୍ରମ ଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ହାଲଦାର, ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ଦେଇଥିଲେ। କରୋନା ଟିକା ପାଇଁ ପ୍ରକ୍ରିୟା ଅ୍ରାରମ୍ଭ ହୋଇଥିବା ସତ୍ୱେ ଆମକୁ ସତର୍କତାର ସହ ରହିବାକୁ ପଡ଼ିବ ବୋଲି କହିଥିଲେ।

ଏଥିରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅରୁଣ କୁମାର ପାଣ୍ଡରାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସଂଯୋଜକ ପ୍ରମୀୟ କୁମାର ମହାନ୍ତି ପରିଚାଳନା କରିଥିଲେ। ଏଥିରେ ପ୍ରଧ୍ୟାପକ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଅଧ୍ୟାପିକା ଲିପ୍ସାରାଣି ନାୟକ, ଡିଇଓ ସୁଜିତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟପିକା ଓ କର୍ମଚାରୀ ଯୋଗ ଦେଇଥିଲେ।