ମଡେଲ ଡିଗ୍ରୀ କଲେଜରେ ରାଷ୍ଟ୍ରୀୟ ଏକତା ଦିବସ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଇନ ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଲୌହ ମାନବଙ୍କ ଜୀବନ ସଂଗ୍ରାମ ସଂପର୍କରେ ଅବଗତ କରାଇଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ, ସ୍ୱେଛାସେବୀ, ଅଧ୍ୟାପକ ଅଧ୍ୟାପିକା ଓ ବକ୍ତାଗଣ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଦେଇଥିଲେ ।