ମଡେଲ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଅଧିକାରୀଙ୍କୁ ଭଞ୍ଜବିହାରରେ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲଙ୍କୁ ଜିଲ୍ଲାର ସର୍ବୋତ୍ତମ ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ମାନିତ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସହକୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ କର୍ଡିନେଟର ଡା. ଜୟନ୍ତ ପଣ୍ଡା, ପ୍ରଫେସର ବିକେ ସ୍ୱାଇଁ ଓ ଶ୍ରୀ ଜଗଦାନନ୍ଦ ପୂର୍ବ ସୂଚନା କମିଶନର ଓଡ଼ିଶା ଯୋଗ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରତ୍ୟେକ ଜିଲ୍ଲାର ସର୍ବୋତ୍ତମ ସ୍ୱେଚ୍ଛାସେବୀ ଓ ଜାତୀୟ ସେବା ଯୋଜନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ନବରଙ୍ଗପୁର ଡିଗ୍ରୀ କଲେଜର ସ୍ୱେଚ୍ଛାସେବୀ ଶୁଭଲକ୍ଷ୍ମୀ ଭୂଷଣଙ୍କୁ ଜିଲ୍ଲାର ସର୍ବୋତ୍ତମ ସ୍ୱେଚ୍ଛାସେବୀ ସମ୍ମାନ ମିଳିଥିଲା ।