ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଞ୍ଚଳିକ ପରିବହନ ବିଭାଗପକ୍ଷରୁ ଜାତୀୟ ସଡ଼କ ସୁରକ୍ଷାମାସ ପାଳନ ଅବସରରରେ ଏକ ସାଇକେଲ ସଚେତନତା ଶୋଭାଯାତ୍ରା ଶୁଭାରମ୍ଭ ହୋଇଛି। ଏହାକୁ ମାଲକାନଗିରି ଜିଲ୍ଲାପାଳ ଡ.ୱାଇ.ବିଜୟ ଓ ଏସପି ରିଷିକେଶ ଡି ଖିଲାରୀ ଶୁଭାରମ୍ଭ କରିଥିଲେ।

ଏହି ସାଇକେଲ ଶୋଭଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ବସଷ୍ଟାଣ୍ଡ, ଆଇଏମଏସଟି ସ୍କୁଲ, ମେଡିକାଲ ଛକ ଦେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଉପ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ରମେଶ୍ୱର ପ୍ରଧାନ, ଟ୍ରାଫିକ ଏସଆଇ ଝାଶକେତନ ଶଗଡ଼ିଆ, କନିଷ୍ଠ ଏମଭିଆଇ ଉପେନ୍ଦ୍ର ପୁଷିକା,କନିଷ୍ଠ କିରାଣୀ ଅରୁଣ କୁମାର ମହାରଣା, ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ୱାଇଁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।