ରାମପୁର,ଏଜେନ୍ସି: ଉତ୍ତର ପ୍ରଦେଶର ରାମପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗାମୀ ଅନିୟନ୍ତ୍ରିତ କାର ଯାଇ ଟ୍ରକ୍ ତଳେ ପଶିଛି। କାର୍ରେ ଡ୍ରାଇଭର ସେମତ ମୋଟ ୬ ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ରାମପୁର ଜନପଦର ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି। କାରରେ ମୋଟ ୬ ଜଣ ଲୋକ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ ସୀମା ନିକଟରେ ଥିବା ସ୍ୱାର ସହରରେ ଆୟୋଜିତ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଘର ମୁରାଦାବାଦ ଫେରୁଥିଲେ। ଏହି ସମୟରେ କାର୍ର ଚାଳକ ନିୟନ୍ତ୍ରଣ ହରାଇଥିଲେ ଏବଂ ସିଧାସଳଖ ଆଗରେ ଯାଉଥିବା ଟ୍ରକ୍କୁ ଧକ୍କା ଦେଇଥିଲେ। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ମୃତଦେହ ଉଦ୍ଧାର କରିଛି । ପୋଲିସ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ଟାଣ୍ଡର ଏସଡିଏମ୍ ରାଜେଶ କୁମାରଙ୍କ ଅନୁସାରେ ଶୀକମପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳର ପାଖରେ ଏକ ଛକ ରହିଛି। ଆଶା କରାଯାଉଛି ଯେ, କାର୍ ଦ୍ରୁତଗତିରେ ଯାଉଥିବାରୁ ନିୟନ୍ତ୍ରଣ ହରାଇଥିଲା। ମୃତକମାନେ ହେଲେ ଜୟନ୍ତୀପୁର ନିବାସୀ। ସମସ୍ତେ ଗୋଟିଏ କାର୍ରେ ଥିଲେ। ସେମାନଙ୍କର ପରିଚୟ ଖୋଜା ଚାଲିଛି।