କଟକ,ଏନ୍ଏନ୍ଏସ୍: ଜୁନରେ ବାରବାଟୀ ଟି-ଟ୍ୱୋଣ୍ଟି ମ୍ୟାଚ୍। ଆସନ୍ତା ଜୁନ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡିଆ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଯାଉଛି। ମ୍ୟାଚ୍ ନେଇ ବିସିସିଆଇ ସହ ଆଲୋଚନା ସରିଛି। ଏନେଇ ଆଜି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଫେବୃଆରୀ ୧୫ରେ ବାରବାଟୀରେ ମ୍ୟାଚ ହେବାକୁ ଥିବାବେଳେ ଏହା ବାତିଲ ହୋଇଛି।
ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ ସ୍ଥିର ହୋଇଥିଲା।
ଯେଉଁ କାରଣରୁ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଥିଲା। ଯେହେତୁ ବାରବାଟୀ ଏହି ଟି-୨୦ ମ୍ୟାଚ୍ ପାଇଁ ସ୍ଥିର ହୋଇଥିଲା। ତେଣୁ ବାରବାଟୀରେ ଜୁନ୍ ମାସରେ ଟି-୨୦ ମ୍ୟାଚ୍ କରାଯିବ ବୋଲି ଓସିଏ ସମ୍ପାଦକ ଦୃଢ଼ତାର ସହ କହିଛନ୍ତି।