କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମୋଦୀଙ୍କ ସବୁଜ ପତାକା

କେରଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱି-ଦିବସୀୟ କେରଳ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀ ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟେସନରୁ ତିରୁଅନନ୍ତପୁରମ ଏବଂ କାସରଗୋଡ଼ ମଧ୍ୟରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି । ଏହାପୂର୍ବରୁ ଟ୍ରେନର ଏକ ଡବା ଭିତରେ ସ୍କୁଲ ପିଲାଙ୍କ ଏକ ବ୍ୟାଚ ସହ ମୋଦୀ କଥା ହୋଇଥିଲେ । ଏହି ସମୟରେ ମୋଦୀଙ୍କ ସହ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ କଂଗ୍ରେସ ସାଂସଦ ଶଶି ଥରୁର ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ଏହି ଟ୍ରେନ ୧୧ ଜିଲ୍ଲାରେ ଚାଲିବ । ଏଥିରେ ତିରୁଅନନ୍ତପୁରମ, କୋଲ୍ଲମ, କୋଟ୍ଟାୟମ, ଏର୍ଣ୍ଣାକୁଲମ, ତ୍ରିଶୁର, ପଲକ୍କଡ଼, ପଠାନମଥିଟ୍ଟା, ମଲପ୍ପୁରମ, କୋଝିକୋଡ଼, କନ୍ନୁର ଓ କାସରଗୋଡ଼ ସାମିଲ ରହିଛି ।