ଅର୍ଜୁନ ରାମପାଲଙ୍କ ବାସଭବନରେ ଏନସିବିର ଚଢ଼ଉ

ମୁମ୍ବାଇ,ଏଜେନ୍ସି: ନିଶା ନିବାରଣ ବିଭାଗ (ଏନସିବି) ପକ୍ଷରୁ ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସ ଭବନରେ ଚଢ଼ଉ କରିଛି।

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ବେଳେ ଏନସିବି ରାମପାଲଙ୍କ ବାନ୍ଧବୀ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସକୁ ଗିରଫ କରିଥିଲା। ଆଗିସିଲାଓସ ଡ୍ରଗ୍ସ ମାମଲାରେ ଜଡିତ ଥିଲେ। ଏନେଇ ଆଜି ଅର୍ଜୁଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିବା ସୂଚନା ମିଳିଛି।