ଏକଲବ୍ୟ ପୁରସ୍କାର ପାଇବେ ନମିତା ଟପ୍ପୋ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ ୨୦୨୦ ପାଇଁ ସମ୍ମାନଜନକ ‘ଏକଲବ୍ୟ ପୁରସ୍କର’ ପାଇବେ। ତାଙ୍କୁ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଏକ ନଥିପତ୍ର ମିଳିବ ।

ସୂଚନା ଯୋଗ୍ୟ, ୧୯୯୫ ମସିହା ଜୁନ୍ ୫ ରେ ସୁନ୍ଦରଗଡ ଜିଲ୍ଲାର ଜାଉରମାଲା ଗ୍ରାମରେ ଜନ୍ମଗ୍ରହଣ କରିଥିବା ନାମିତା ଜଣେ ମିଡଫିଲ୍ଡର। ଲଣ୍ଡନରେ ହୋଇଥିବା ୨୦୧୮ ମହିଳା ହକି ବିଶ୍ୱକପରେ ନମିତା ଇଂଲଣ୍ଡ ବିପକ୍ଷରେ ଜାତୀୟ ମହିଳା ହକି ଦଳ ପାଇଁ ଖେଳିଥିଲେ । ନମିତାଙ୍କ ସହ ଆନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍ ଏବଂ ବ୍ୟାଡମିଣ୍ଟନ୍ ଖେଳାଳି ଋତୁପୂର୍ଣ୍ଣା ପଣ୍ଡାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର । ଏଥିରେ ସେମାନଙ୍କୁ ୫୦,୦୦୦ ଟଙ୍କା ପୁରସ୍କାର ବିତରଣ ଉତ୍ସବରେ ଦିଆଯାଇ ସମ୍ମାନିତ କରାଯିବ ।