ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର,ଏନ୍ଏନ୍ଏସ୍: ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଆଜି ଭିଜିଲାନ୍ସ ନବରଙ୍ଗପୁର ଆରଟିଓ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରିଛି। ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ୱର, ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉଛି। ୧୦ଟି ଟିମ ରେଡରେ ସାମିଲ ହୋଇଛନ୍ତି। ଗତ ୩ମାସରେ ଲୋକଙ୍କ ଠାରୁ ଗଣେଶ୍ୱର ଲର୍ନିଂ ଲାଇସେନ୍‌ସ ବାବଦକୁ ପ୍ରାୟ ୨୦ଲକ୍ଷ ଟଙ୍କା ଓ ତାଙ୍କ ବିଭାଗର ଜଣେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

ଏ ଘଟଣାକୁ ୧୨ ଦିନ ବିତିଯାଇଥିଲେ ହେଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଲକ୍ଷ୍ମୀନାଥ। ଟଙ୍କା ଦେଲେ ଲାଇସେନ୍ସ ମିଳୁଥିବା ଲକ୍ଷ୍ମୀନାଥ ଅଭିଯୋଗ କରିଥିଲେ । ସେପଟେ ଲକ୍ଷ୍ମୀନାଥଙ୍କ ଅଭିଯୋଗ ପରେ ଏସପି ନିତିନ କୁସଲକର ତଦନ୍ତ କରାଯାଉଥିବା କହିଛନ୍ତି ।