୨୩ବର୍ଷରୁ କମ ଓଡ଼ିଶା କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାର ସୁକେଶ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରାଇଘରର ସୁକେଶ ହୀରା ଦେରହାଡୁନ ଠାରେ ହେବାକୁ ଥିବା ୨୩ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁଓଡିଶା କ୍ରିକେଟ ଦଳ ପକ୍ଷରୁ ସୁଯୋଗ ମିଳିଛି। ଏ ନେଇ ସେ ମୁମ୍ବାଇ ଯାତ୍ରା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

କୋଚ ଏମ୍ ବାଲା କ୍ରିଷ୍ଣ। ରାଓଙ୍କ ତତ୍ତ୍ୱାବଧାନରେ ସେ ଆଜି ଏହି ସଫଳତା ପାଇଛନ୍ତି ବୋଲି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକନୀତିନ କୂଳଶେଖର, ଓଡ଼ିଶା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ଆଶ୍ରୀବାଦ ବେହେରା, ବର୍ତ୍ତମାନର ସମ୍ପାଦକ ସଞ୍ଜୟ ବେହେରା, ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି।

ଆସନ୍ତା ଶନିବାର ଦିନ ସ୍ୱରାଷ୍ଟ୍ର ଦଳ ସହିତ ତାଙ୍କର ପ୍ରଥମ ମ୍ୟାଚ ହେବ ବୋଲି କ୍ରିକେଟ ସଂଘର ମିଡିଆ କମିଟି ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରୁ କୋଚ ଏମ. ବାଲା କ୍ରୀଷ୍ଣାଙ୍କ ଛାତ୍ର ପି. ରୋଶନ କୁମାର ମଧ୍ୟ ଓଡ଼ିଶା କ୍ରିକେଟ ଦଳରେ ସାମିଲ ହୋଇଥିଲେ।