ନବରଙ୍ଗପୁର ପେଂଚାକ ସିଲାଟ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପେଞ୍ଚାକ ସିଲାଟ ଖେଳାଳିଙ୍କ ଆଶାତୀତ ସଫଳତା ପାଇଁ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଶୁଭେଛା ଜଣାଇଛନ୍ତି । ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ପେଂଚାକ ସିଲାଟ ପ୍ରତିଯୋଗିତାରେ କୋଚ ହରିଶ ବେହେରାଙ୍କ ନେତୃତ୍ୱରେ ନବରଙ୍ଗପୁର ଦଳର ଖେଳାଳିମାନେ ୨୨ ଟି ସ୍ୱର୍ଣ, ୧୮ଟି ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ସହ ମୋଟ ୩୮ଟି ପଦକ ହାସଲ କରିଛନ୍ତି । ଏହି ଅବସରରେ କୃତୀ ଖେଳାଳିଙ୍କୁ ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ନେଇ ଜିଲ୍ଲାପାଳ ଡା. ମିଶ୍ରଙ୍କ ସହ ଭେଟ କରାଇଥିଲେ । ଖେଳାଳିିଙ୍କ ମଧ୍ୟରେ ଛୋଟ ଛୋଟ ପିଲାଙ୍କୁ ଦେଖି ଜିଲ୍ଲାପାଳ ଖୁସି ଜାହିର କରିବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।