ନବନିର୍ମାଣ କୃଷକ ସଂଗଠନର ଧାରଣା

ବରଗଡ଼, ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ତରଫରୁ ବରଗଡ଼ରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । କରୋନା ସମୟରେ କାହା ସ୍ୱାର୍ଥରେ ନୂଆ କୃଷି ବିଲ ପାସ କରାହୋଇଛି ବୋଲି ପ୍ରଶ୍ନ କରାଯିବା ସହ ଯେ ପର୍ଯ୍ୟନ୍ତ କୃଷି ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଏହି ଧାରଣାରେ ନବ ନିର୍ମାଣ କୃଷକ ସଂଗଠନର ବରିଷ୍ଠ ସଦସ୍ୟ ରଞ୍ଜନ ପଟେଲ, ଏକାଦଶିଆ ସାହୁ , ଗୋବର୍ଦ୍ଧନ ପାତ୍ର, ଧନେଶ୍ୱର ସାହୁ , ଯାଦବ ବିଶି, ମଘା ସାହୁ, ଗୁଣନିଧି ସାହୁ , ସାଗର ସାହୁ , ଯୋଗେଶ ପ୍ରଧାନ , ଜି.ରମେଶ, ଲକ୍ଷ୍ମଣ ପ୍ରଧାନ, ସୋହାଗ ବାଲ ସମେତ ବହୁ ସଦସ୍ୟ ସାମିଲ ଥିଲେ ।