ଝୁମର ନୃତ୍ୟ ପରିବେଷଣ ବେଳେ ଅଘଟଣ; ଟଳିପଡ଼ିଲେ ମାଦଳ ବାଦକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଟାଙ୍ଗରପଡା ଗ୍ରାମରେ ଘଟିଛି ଅଘଟଣ ଶିବରାତ୍ରି ଉପଲକ୍ଷେ ଗ୍ରାମରେ ଝୁମର ନାଚ ଚାଲିଥିବାବେଳେ ମାଦଳ ବାଦକ ଟଳି ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏଘଟଣାକୁ ନେଇ ପୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ତିନି ଦିନ ଧରି ଚାଲିବାକୁ ଥିବା ଝୁମର ନୃତ୍ୟ ଏବେ ବନ୍ଦ ହୋଇଛି। ମୃତ ମାଦଳ ବାଦକ ହେଲେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ସଲରାପଦା ଗ୍ରାମର ଧନେଶ୍ୱର ମହାନ୍ତ।

ସୁଭଦ୍ରା ଝୁମର ମେଲଡି ଗ୍ରୁପ ପକ୍ଷରୁ ୧୦ ଜଣ ରୁ ଉର୍ଦ୍ଧ ଲୋକେ ଟାଙ୍ଗର ପଡା ଗ୍ରାମକୁ ଝୁମର ନୃତ୍ୟ ପରିବେଷଣ କରିବାକୁ ଆସିଥିଲେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଏକ ମାମଲା ରୁଜୁ କରି ମୃତଦେହ କୁ ଜବତ ପରେ ଡାକ୍ତର ଖାନା କୁ ବ୍ୟବଛେଦ ପାଇଁ ପଠାଇଛି।