ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ଗଛରେ ଟଙ୍ଗିଦେଲେ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ୍ ଅଞ୍ଚଳରେ ଏକ ଗଛରେ ଜଣ ଯୁବକ ଓ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ହାତ ପଛପଟୁ ବନ୍ଧା ହୋଇଛି ଏବଂ ଯାହାକୁ ନେଇ ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି।

ମୃତକ ଯୁବତୀ ଓ ଯୁବକଙ୍କ ଘର ସେହି ଗ୍ରାମର ପ୍ରଧାନସାହିରେ ହୋଇଥିବାବେଳେ ଏଯାଏଁ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଉଭୟଙ୍କ ବୟସ ୨୦ ରୁ ୨୫ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି। ପ୍ରେମ ଘଟଣାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।