ରାଉରକେଲାରେ ଯୁବକଙ୍କୁ ହତ୍ୟା

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାରେ ଦିନ ଦ୍ୱିପ୍ରହରରେ ଛୁରି ମାରି ଯୁବକଙ୍କୁ ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ପ୍ଲାଣ୍ଟସାଇଟ ଥାନା ସେକ୍ଟର-୨୧ ସ’ ମିଲ୍ ଛକରେ ଘଟିଛି। ସାମାନ୍ୟ ବଚସାରୁ  ଏଭଳି ଘଟଣା ଘଟିଥିବାବେଳେ ହତ୍ୟାକାରୀଙ୍କୁ ଅଟକ ରଖାଯାଇଛି। ଯୁବକଙ୍କୁ ଆରଜିଏଚ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି।