ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଭି-ପାଟଣା ଥାନା କରଞ୍ଜିଆପଡା ଗ୍ରାମର ରାସ୍ତାକଡ଼ ଏକ ପୋଖରୀ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ନୂଆଗାଁ ଗ୍ରାମର ଗୋବିନ୍ଦ ପଇଦା। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଥିବାବେଳେ କେହି ତାଙ୍କୁ ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ, ପାଟଣା ଥାନା ଅଧିକାରୀ ଶୋମନାଥ ଜେନା, ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହାଏକ ସୁ ପରିକଳ୍ପିତ ହତ୍ୟା ବୋଲି ଏସଡିପିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।