ଯୁବତୀଙ୍କ ମୃତଦେହ ଉଦ୍ଧାର,ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କୋରାପୁଟ,କୋଟପାଡ଼,ଏନ୍ଏନ୍ଏସ୍: କୋଟପାଡ଼ ଥାନା ଚିତ୍ରା ପଞ୍ଚାୟତ ବାଗଚୁଆଁ ଗ୍ରାମରେ ମଙ୍ଗଳବାର ସକାଳେ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ ସୋମବାର ବିଳମ୍ବିତ ରାତିରେ ଶୌଚ କରିବାକୁ ବାହାରକୁ ଆସିଥିଲେ। ସକାଳୁ ଝିଅକୁ ଘରେ ନପାଇ ପରିବାରଲୋକ ଖୋଜାଖୋଜି କରିବା ପରେ ଘର ଠାରୁ କିଛି ଦୂରରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ମୃତ ଯୁବତୀଙ୍କ ବାପା କୋଟପାଡ ଥାନାରେ ଜଣାଇବା ସହ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟାକରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହାଏକ ପ୍ରେମଜନିତ ଘଟଣା ବୋଲି ପୁଲିସ ସନ୍ଦେହ କରି ଗ୍ରାମର କହ୍ନେଇ ଭତ୍ରା ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।