କରୋନା ରୋଗୀଙ୍କ ସେବାରେ ସାହାଯ୍ୟ କରିବ ରୋବୋଟ

ମୁମ୍ବାଇ,ଏଜେନ୍ସି: ଦେଶ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରୁଛି। ଏହି ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ବୋଝ ବଢ଼ିଯାଇଛି। ମାଳମାଳ ରୋଗୀଙ୍କୁ ସେବା ଯୋଗାଇବାରେ ମଧ୍ୟ ଅବହେଳା ହେଉଛି। ଏହାକୁ ଲକ୍ଷ କରି ମୁମ୍ବାଇର ଏକ ଇଞ୍ଜିନିୟର କରୋନା ରୋଗୀଙ୍କ ସେବାରେ ସହଯୋଗ କରିବା ପାଇଁ ୩ଟି ରୋବୋଟ ତିଆରି କରିଛନ୍ତି। ଏହି ରୋବୋଟ ଦ୍ୱାରା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଥିବା ଚାପ କିଛି ପରିମାଣରେ କମ୍ ହେବ। ତେବେ ଏହି ରୋବୋଟ ଗୁଡ଼ିକ ସମ୍ପୂର୍ଣ୍ଣ ଭାରତରେ ତିଆରି ହୋଇଛି।

ସୂଚନା ଅନୁସାରେ ମୁମ୍ବାଇରେ ରହୁଥିବା ସନ୍ତୋଷ ହୁଲାବାଲେ ୩ଟି ରୋବୋଟ ତିଆରି କରିଛନ୍ତି। ସନ୍ତୋଷ କହିଛନ୍ତି କି ଏହି ରୋବୋଟ ରୋଗୀଙ୍କ ସେବାରେ ସହଯୋଗ ସହିତ ଗ୍ୟାସ ଲିକ୍ ଓ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ରୋକିବାରେ ମଧ୍ୟ ସହଯୋଗ କରିବ। ସନ୍ତୋଷ ଏହି ରୋବୋଟକୁ ଏସଏସଆର, ଏମଏସଆର ଓ ଡିଏମଆର ନାଁ ଦେଇଛନ୍ତି।