ମୋଦୀଙ୍କ ଗସ୍ତକୁ ନେଇ ମୁମ୍ବାଇରେ ଆଲର୍ଟ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ମରୋଲ, ଅନ୍ଧେରୀ, କୁଲାବା ଓ ସିଏସଟିରେ ଡ୍ରୋନ ଓ ଅନ୍ୟ ଜିନିଷ ଉପରେ ମୁମ୍ବାଇ ପୁଲିସ ପ୍ରତିବନ୍ଧକ ଲଗାଇଛି । ମୋଦୀ ଆସନ୍ତା ୧୦ ତାରିଖରେ ମୁମ୍ବାଇ ଗସ୍ତ କରିବେ । ଛତ୍ରପତି ଶିବାଜୀ ଟର୍ମିନାଲରେ ମୋଦୀ ‘ବନ୍ଦେ ଭାରତ ଟ୍ରେନ’ର ଉଦଘାଟନ କରିବେ । ମୁମ୍ବାଇ ପୁଲିସ ଧାରା ୧୪୪ ଅନୁସାରେ ଆଲର୍ଟ ଜାରି କରିଛି । ମୋଦୀଙ୍କ ଗସ୍ତ ସମୟରେ ଯେପରି ସୁରକ୍ଷାରେ କୌଣସି ଅବହେଳା ନହୁଏ ସେଥିପାଇଁ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ମୁମ୍ବାଇ ପୁଲିସ କାମ କରୁଛି ।

ସୂଚନାଯୋଗ୍ୟ, ମୁମ୍ବାଇରେ ଖୁବଶୀଘ୍ର ୨ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ । ଗୋଟିଏ ମୁମ୍ବାଇ-ସୋଲାପୁର ରୁଟରେ ଚାଲିବ ଏବଂ ଅନ୍ୟଟି ମୁମ୍ବାଇ-ଶିରିଡ଼ି ରୁଟରେ ଗଡ଼ିବ । ଉଭୟ ଟ୍ରେନର ନିର୍ମାଣ ଚେନ୍ନାଇର ଇଣ୍ଟୀଗ୍ରଲ କୋଚ ଫେକ୍ଟ୍ରିରେ କରାଯାଇଛି ।