ଭାଇଜାନଙ୍କୁ ଧମକପୂର୍ଣ୍ଣ ଇ-ମେଲ, ଲେଖା ହୋଇଛି ଆଗକୁ ଝଟକା ମିଳିବ

ମୁମ୍ବାଇ,ଏଜେନ୍ସି: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଇମେଲ ଜରିଆରେ ଭାଇଜାନଙ୍କୁ ଧମକ ଦିଆଯାଇଛି । ଏନେଇ ସଲମାନଙ୍କ ମ୍ୟାନେଜର ବାନ୍ଦ୍ରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିବା ସହ ସଲମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ମାର୍ଚ୍ଚ ୧୮ ତାରିଖରେ ଏହି ଇମେଲ ସଲମାନଙ୍କ ମ୍ୟାନେଜର ନିକଟକୁ ଆସିଥିଲା । ପୋଲିସ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ନାମରେ ମାମଲା ପଞ୍ଜିକୃତ କରିଛି ।

ଗତ କିଛି ଦିନ ହେବ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଦିଆଯାଉଥିବା ଧମକର ସମାପ୍ତି ହେଉ ନାହିଁ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ପକ୍ଷରୁ ସଲମାନ ଖାନଙ୍କୁ ଏହି ଧମକ ଦିଆଯାଇଛି । ମାର୍ଚ୍ଚ 18 ତାରିଖରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ଏବଂ ସେଥିରେ ଲେଖାଥିଲା ଯେ, ଆପଣଙ୍କ ବସ(ସଲମାନ ଖାନ)ଙ୍କ ସହ ଗୋଲ୍ଡି ବ୍ରାର କଥା ହେବାକୁ ଚାହୁଁଛନ୍ତି । ରୋହିତ ଗର୍ଗଙ୍କ ନାମରେ ଏହି ମେଲ୍ ଆସିଥିବା ନେଇ ମ୍ୟାନେଜର ସୂଚନା ଦେଇଛନ୍ତି ।