ମୁମ୍ବାଇ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା

ମୁମ୍ବାଇ,ଏଜେନ୍ସି: ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲର ନିକଟରେ ଥିବା ଏକ ବହୁତଳ ଅଟ୍ଟାଲିକାରେ ଆଜି ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କେନ୍ଦ୍ର ସରକାର ଓ ରାଜ୍ୟ ଓ ସରକାର ଘୋଷଣା କରିଛନ୍ତି ।

ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏହାସହିତ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏହାସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ, ଶନିବାର ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ନିକଟରେ ଥିବା ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଧୂଆ ଯୋଗୁଁ ପାଖାପାଖି ରୁମରେ ରହୁଥିବା ଲୋକେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି ।