ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରଲୋକ ହୋଇଛି। ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଆଜି ସକାଳ ସମୟ ୮ଟା ୧୬ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ‘ଇଣ୍ଟର୍‌ନାଲ୍‌ ମେଡିସିନ୍‌’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ବାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା ବୋଲି ଡାକ୍ତରଖାନାସୂତ୍ରରୁ ପ୍ରକାଶ।