ସାଂସଦଙ୍କ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ ସଂସାଦ ସୁରେଶ ପୂଜାରୀ ଝାରସୁଗୁଡ଼ା ଜିଲ୍ଲା ୧୯ଖଣ୍ଡ ମୌଜାର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ସେଠାରେ ଶ୍ରୀ ପୂଜାରୀ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ କ୍ଷତିପୂରଣ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଏହି ବନ୍ୟାରେ ଚାଷୀମାନେ ନିଜର ସମ୍ପୂର୍ଣ୍ଣ ଫସଲ ହରାଇ ଅସହାୟ ହୋଇପଡ଼ିଥିବାବେଳେ ସେମାନଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଚାଷ ହେଉଥିବା ଡାଲିି ଜାତୀୟ ବିହନ ଶୀଘ୍ର ପ୍ରଦାନ କରିବା ପାଇଁ ସାଂସଦ ଶ୍ରୀ ପୂଜାରୀ ଉଦ୍ୟାନ ଓ କୃଷି ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ବନ୍ୟାରେ ଗରିବ ଲୋକଙ୍କ ଭାଙ୍ଗିଯାଇଥିବା କଚ୍ଚା ଘରର ତଥ୍ୟ ସଂଗ୍ରହ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି। ସାଂସଦଙ୍କ ଏହି ବନ୍ୟାଂଚଳ ପରିଦର୍ଶନ ସମୟରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଏବଂ ଅନ୍ୟ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।