ନୂଆଁଖାଇ ଭେଟଘାଟରେ ଯୋଗଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତରେ ବିଶ୍ଵବାସୁ ଶବର ସଂଘ ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ବ୍ଲକ୍ ସଭାପତି ଦିବାକର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୁଇକେଡା ସରପଞ୍ଚ ଜୁଗଲାଲ ମାଝୀ, ସ୍ଥାନୀୟ ସମିତିସଭ୍ୟ ଚାନ୍ଦୁଲାଲ ଭୋଇ, ବ୍ଲକ୍‌ ଆଦିବାସୀ କଲ୍ୟାଣ ସଂଘ ସଭାପତି ସନ୍ତୋଷ ପୁଟା ଓ ଗଜପତି କାଲସାଏ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ପ୍ରଥମେ ଶବର ସମାଜର କାର୍ଯ୍ୟକର୍ତ୍ତା ଭଜନ କୀର୍ତ୍ତନ ସହ ଶ୍ରୀ ବିଶିକୁ ସ୍ବାଗତ କରିଥିଲେ ପରେ ସଭାରେ ଶ୍ରୀ ସାଂସଦ ଶବର ସଂଘର ସାମାଜିକ, ରାଜନୀତି ଓ ଆର୍ଥିକ ସ୍ଥିତି ସମ୍ପର୍କରେ କହିବା ସହ ଆଦିବାସୀ ଛାତ୍ରଛାତ୍ରମାନେ କିଭଳି ଭାବରେ ଉଚ୍ଚ ଶିକ୍ଷା ପାଇପାରିବେ ସେ ସମ୍ପର୍କରେ କହିଥିଲେ।