ଇଣ୍ଡିଆନ୍ ଅଏଲ ଏବଂ ଘାନାର ଏନପିଏ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ ଏବଂ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଏବଂ ଘାନାର ଜାତୀୟ ପେଟ୍ରୋଲିୟମ ପ୍ରାଧିକରଣ(ଏନପିଏ) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଇଣ୍ଡିଆନ୍ ଅଏଲର ଏଲପିଜି ପରିଚାଳନାର ମୁଖ୍ୟ ଅଧିକାରୀ ଏଲକେଏସ ଚୌହ୍ୱାନ ଏବଂ ଘାନା ଏନପିଏର କାର୍ଯ୍ୟକାରୀ ମୁଖ୍ୟ ସୁଲେମାନା ତାମପୁଲିଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ପେଟ୍ରୋଲିୟମ ବିଶେଷଭାବରେ ଏଲପିଜି କ୍ଷେତ୍ରକୁ ମଜବୁତ୍ କରିବା ଏହି ଏମଓୟୁର ଉଦ୍ଦେଶ୍ୟ ଥିଲା।

ଭାରତ ସରକାର ଦେଶରେ ଏଲପିଜି ନେଟୱାର୍କର ସଂପ୍ରସାରଣ କରି ଦେଶର ନାଗରିକଙ୍କୁ ସ୍ୱଚ୍ଛ ଉର୍ଜା ପ୍ରଦାନ କରୁଛନ୍ତି। ଏହି କ୍ଷେତ୍ରରେ ଘାନା ନିଜ ଉପାୟରେ ଘରୋଇ, ବାଣିଜ୍ୟିକ ଏବଂ ଶିଳ୍ପରେ ସୁରକ୍ଷିତ, ସ୍ୱଚ୍ଛ ଏବଂ ପରିବେଶ ସହଯୋଗୀ ଏଲପିଜିର ବ୍ୟବହାର କରି ଏହାର ଚାହିଦାକୁ ବଢାଇବା ପାଇଁ ଭାରତକୁ ସହାୟତା କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଥିଲା। ଏହି ବୁଝାମଣା ପତ୍ର ଫଳରେ ଭାରତ ଘାନାର ରାଷ୍ଟ୍ରୀୟ ଏଲପିଜି ପ୍ରମୋସୋନ ପଲିସିର କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସାହାଯ୍ୟ କରିବ।

ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଦ୍ୱାରା ଇଣ୍ଡିଆନ୍ ଅଏଲ ବିଭିନ୍ନ ଉପାୟରେ ଯଥା ଏଲପିଜି ବଟଲିଂ ପ୍ଲାଂଟ, ମୂଲ୍ୟ ନିର୍ଦ୍ଦାରଣ, ଲାଇସେନ୍ସ, ଭାଷା ଋଣନୈତିକ ଆଧାରରେ ଘାନାରେ ସ୍ୱାସ୍ଥ୍ୟର ବିକାଶ ଏବଂ ପରିବେଶକୁ ସୁରକ୍ଷା ରଖିବାରେ ସହଯୋଗ କରିବ। ଏହାସହ ନୂଆ ଏଲପିଜି ମୂଲ୍ୟ ଶୃଙ୍ଖଳାରେ ଘାନାର ଭିିତିଭୂମି କ୍ଷେତ୍ରରେ ମଧ୍ୟ ସହାଯ୍ୟ କରିବ। ଏହାବ୍ୟତିତ ଘାନାର ଡାଉନଷ୍ଟ୍ରିମ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବାଣିଜ୍ୟିକ ସହଯୋଗୀ ଭାବରେ ଭାଗ ନେଲେ ଏହି ଏମଓୟୁ ଇଣ୍ଡିଆନ ଅଏଲକୁ ପ୍ରଶାସନିକ ସହାୟତା ମଧ୍ୟ ପ୍ରଦାନ କରିବ।

ଇଣ୍ଡିଆନ ଅଏଲ ଏବଂ ଅନ୍ୟ ତୈଳ ବିପଣନ କମ୍ପାନୀମାନଙ୍କ ସହଯୋଗରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳତା ହାସଲ କରିପାରିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଏମଓୟୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ୂଚ୍ଛ ଉର୍ଜା ପ୍ରଦାନ କରିବା ଦିଗରେ ଏକ ସଙ୍କେତକୁ ସୂଚାଉଛି।।