Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସୁଟକେସ୍ ଉପରେ ଶିଶୁକୁ ଶୁଆଇ ଚାଲିଲେ ମା’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସୁଟକେସ୍ ଉପରେ ଶିଶୁକୁ ଶୁଆଇ ଚାଲିଲେ ମା’

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶରେ ତାଲା ବନ୍ଦ ହୋଇଯାଇଛି। ଏ ନେଇ ଶ୍ରମିକମାନେ ନାହିଁ ନଥିବା ହିନସ୍ଥା ଭୋଗୁଛନ୍ତି। କେତେକଶ୍ରମିକ ଚାଲି ଚାଲି ନିଜ ଘରକୁ ଆସୁଛନ୍ତି ତ, ଆଉ କିଏ ସାଇକେଲରେ ଆସୁଛନ୍ତି ଓ ଅନେକ ଶ୍ରମିକ ମଧ୍ୟ ପ୍ରଶାସନ ଠିକ କରିଥିବା ବସ୍ ମଧ୍ୟରେ ଯାଆ ଆସ କରୁଛନ୍ତି। ହେଲେ ଜଣେ ଶ୍ରକିମ ଦୀର୍ଘ ୮୦୦ କି.ମି ଚାଲି ଚାଲି ନିଜ ଶିଶୁକୁ ଧରି ଆସୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।  ଶ୍ରମିକମାନେ କୋହ ଭରା କଣ୍ଠରେ କହିଛନ୍ତି ଲକଡାଉନ୍ ଯୋଗୁ କାମ ବନ୍ଦ ହୋଇଗଲା ଖାଇବାକୁ ମଧ୍ୟ ପାଇଲୁ ନାହିଁ ସେଥିପାଇଁ ଏଭଳି ନିଷ୍ପତି ନେଇ ନିଜ ଗାଁ’କୁ ଫେରୁଛୁ ।

ତାଲା ବନ୍ଦ ଯୋଗୁ ଜଣେ ମା’ ସୁଟକେସରେ ଶିଶୁ ଶୋଇଥିବା ବେଳେ ଚାଲି ଚାଲି ସୁଟକେସକୁ ଟାଣି ଟାଣି ରାସ୍ତାରେ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ମହିଳାଙ୍କ ଗତି ମନ୍ଥର ନଥିଲା। ମହିଳା ଜଣକ ଉତ୍ତରପ୍ରଦେଶର ଆଗ୍ରା ଦେଇ ତାଙ୍କ ଘରକୁ ଯାଉଥିବା ଶ୍ରମିକଙ୍କ ସହ ପର୍ଯ୍ୟାୟ କ୍ରମେ ବୁଲୁଛନ୍ତି। ଯିବା ବାଟରେ କିଛି ସାମ୍ବାଦିକ ଭାଇମାନେ ମହିଳାଙ୍କୁ ପଚାରି ବୁଝିଥିଲେ ଯେ, କେଉଁଆଡେ ଯାଉଛନ୍ତି ବୋଲି ମା’ କହିଥିଲେ ‘ଜାନସୀ’। ତାଲା ବନ୍ଦ ଯୋଗୁ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବସ୍ ସେବା ମାଧ୍ୟମରେ ସେମାନେ କାହିଁକି ଘରକୁ ଯାଉନାହାଁନ୍ତି ବୋଲି ପଚାରିବାରୁ ସେ କୌଣସି ଉତ୍ତର ନଦେଇ ତାଙ୍କ ଚଲାପଥରେ ଆଗେଇ ଚାଲିଥିଲେ। ଏତିକି କହିଥିଲେ ମହିଳା ଆଗ୍ରାରୁ ଝାନସୀ ଯିବୁ ବୋଲି । ସେମାନଙ୍କର ଯାତ୍ରା ପ୍ରାୟ ୮୦୦ କି.ମି ହେବ ।

କରୋନାଭାଇରସକୁ ଦୂର କରିବା ପାଇଁ ସାରା ଦେଶରେ ଲଗାଯାଇଥିବା ତାଲା ବନ୍ଦ ଯୋଗୁଁ ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସାରା ଦେଶରେ ପ୍ରବାସୀ ଶ୍ରମିକମାନେ ପାଦରେ ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକମାନେ କହିଛନ୍ତି ଯେ ଲକଡାଉନ୍ ଯୋଗୁ କମ୍ପାନୀ କାମ ବନ୍ଦ କରିଦେଇଥିଲା । ଯାହା ସଂଚିତ ଅର୍ଥ ଥିଲା ଖାଉଥିଲୁ। ହେଲେ ଆଉ ଖାଇବାକୁ ପାଇଲୁ ନାହିଁ କି ସେଠିକାର ପ୍ରଶାସନ ଆମ ପାଇଁ କିଛି ସୁବିଧା ମଧ୍ୟ କଲେ ନାହିଁ ସେଥିପାଇଁ ବାଧ୍ୟ ହୋଇ ଚାଲି ଚାଲି ନିଜ ଗାଁକୁ ଯିବା ପାଇଁ ଏଭଳି ଚରମ ନିଷ୍ପତି ଆପଣେଇଲୁ। ଗତକିଛି ଦିନ ହେଲା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି। କିଏ ଭଡିଓ ସୁଂଟି କରି ନିବେଦନ କରୁଛନ୍ତି କିଏ ଚାଲି ଚାଲି ରାସ୍ତାରେ ଯାଉଛନ୍ତି ଓ ଅନ୍ୟ କେତେକ ଶ୍ରମିକ ସାଇକେଲରେ ନିଜ ଅଂଚଳକୁ ଫେରୁଛନ୍ତି। ଅନେକ ଶ୍ରମିକ ମଧ୍ୟ ନିଜ ଘରକୁ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଉଛନ୍ତି। ଖବର ଅନୁଯାୟୀ ଗୁରୁବାର ସକାଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରରେ ୧୬ ଜଣ ଶ୍ରମିକ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଛନ୍ତି।