ନୂଆଦିଲ୍ଲୀ,ଏଜେନ୍ସି: ଆତଙ୍କବାଦୀ ମୂଳପୋଛ ଅଭିଯାନରେ ଆଜି ଭାରତକୁ ଏକ ବଡ ସଫଳତା ମିଳିଛି। ଦେଶର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ୧୯୯୩ ସିରିଏଲ ବୋମ ବ୍ଲାଷ୍ଟରେ ସାମିଲ ଆତଙ୍କିକୁ ଧରିବାରେ ସଫଳ ହୋଇଛି। ୧୯୯୩ ରେ ହୋଇଥିବା ଏହି ଭୟଙ୍କର ଧମାକାରେ ମୋଟ ୧୨ ଟି ବୋମା ବିସ୍ପୋରଣ ହୋଇଥିବା ବେଳେ, ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାସହ ୭୧୩ ଲୋକ ଗମ୍ଭୀର ରୂପେ ଆହତ ହୋଇଥିଲେ।
ଗିରଫ ହୋଇଥିବା ଆତଙ୍କବାଦୀ ହେଉଛି ଅବୁ ବକ୍ର। ତାକୁ ୟୁଏଇରୁ ଭାରତୀୟ ତଦନ୍ତକାରୀ ଅଧିକାରୀ ଓ ଏଜେନ୍ସୀ ଧରିବାରେ ସଫଳ ହୋଇଛନ୍ତି। ଅବୁ ପିଓକେରେ ଏକାଧିକ ଆତଙ୍କି ତାଲିମ କେନ୍ଦ୍ରରେ ତାମିଲ ଦେବା ସବ ଭାରତରେ ଥିବା ଆତଙ୍କିଙ୍କୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଠାଉଥିଲା। ଅବୁ ଉଭୟ ପାକିସ୍ତାନ ଓ ୟୁଏଇରେ ଲୁଚି ରହୁଥିଲା। ତେବେ ଭାରତୀୟ ଗୁଇନ୍ଦା ରିପୋର୍ଟ ଆଧାରରେ ଭାରତୀୟ ଅଧିକାରୀ ହିଁ ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଖୁବଶୀଘ୍ର ତାକୁ ଭାରତକୁ ଆଣିବ ତଦନ୍ତାକାରୀ ଏଜେନ୍ସୀ।
ଅବୁକୁ ୨୦୧୯ରେ ମଧ୍ୟ ୟୁଏଇରେ ଗିରଫ କରାଯାଇଥିଲା। ହେଲେ ସେଠାକାର ଆଇନଗତ ପ୍ରକ୍ରିୟାକୁ ଉପଯୋଗ କରି ସେ ମୁକୁଳିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ଭାରତୀୟ ଅଧିକାରୀ ଗିରଫ କରିଥିବାରୁ ଅବୁ ଆଉ ଖସିବାର କୌଣସି ରାସ୍ତା ନାହିଁ। ସ୍ଥାନୀୟ ଆଇନଗତ ପ୍ରକ୍ରିୟା ଶେଷ ହେବାପରେ ଖୁବଶୀଘ୍ର ତାକୁ ଭାରତ ଅଣାଯିବ। ୨୯ ବର୍ଷ ଧରି ଦେଶର ମୋଷ୍ଟ ୱାଣ୍ଟେଡ ଥିବା ଅବୁ କୁ ଭାରତୀୟ ଅଧିକାରୀ ଜେରା କରିବେ।