ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁରେ ଖୋଲିଲା ଭୁବନେଶ୍ୱରର ଜଣାଶୁଣା ମିଷ୍ଟାନ୍ନ ଭଣ୍ଡାର ଶ୍ରୀ ଛପନ ଭୋଗର ଆଉ ଏକ ଆଉଟଲେଟ। ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଏହି ଅବସରରେ ଶ୍ରୀ ଛପନ ଭୋଗର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଭକ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ବେଙ୍ଗାଲୁରୁ ହ୍ବାଇଟ୍ ଫିଲ୍ଡ ଠାରେ ଥିବା କିଇସ ଲେମୋନ ଟ୍ରି ହୋଟେଲ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ବେଙ୍ଗାଲୁରୁରେ ପ୍ରଥମ ଥର ପାଇଁ ଏହାର ଶାଖାର ଶୁଭାରମ୍ଭ ହୋଇଥିବାବେଳେ ଏହା ମୁଖ୍ୟତଃ ଓଡ଼ିଶାର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଛେନା ପୋଡ଼, ରସଗୋଲା, ରସାବଳୀ, ଛେନା ଗଜା, ଛେନା ଝିଲି ପ୍ରମୁଖ ଓଡ଼ିଆ ମିଠାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଛପନ ଭୋଗର ଡ଼ାଇରେକ୍ଟର ସତ୍ୟ ବ୍ରତ ମହାନ୍ତି। ରସଗୋଲା ହେଉଛି ଓଡ଼ିଶାର ଏହାର ପ୍ରଚାର ପ୍ରସାର ସହିତ ଓଡ଼ିଶାର ରସଗୋଲାକୁ ବାହାର ରାଜ୍ୟରେ ଛପନ ଭୋଗ ପରିଚୟ ସୃଷ୍ଟି କରିବ ବୋଲି ସୂଚନା ଦେଇଥିଲେ ଡ଼. ଅନିତା ସାବତ।
